IIM Sambalpur: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, IIMର ନୂତନ କୋଠାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Fri, 02 Feb 2024-12:52 pm,

ଆସନ୍ତା ତିନି ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର IIM ର ନୂତନ କୋଠା କୁ ଉଦଘାଟନ କରିବେ |ସେଦିନ ସେ IIM ପରିସରରେ ନିର୍ମିତ ଅସ୍ଥାୟୀ ହେଲିପେଡ ରେ ଦିନ ଦୁଇଟା ପନ୍ଦର ମିନିଟ ରେ ପହଁଚିବା ର କାର୍ଯ୍ୟକ୍ରମ ରହିଛି | ତା ପରେ ସେ ନୂତନ କେମ୍ପସ ର ଫିତା ନିଜେ କାଟିବେ ବୋଲି ସୂଚନା ମିଳିଛି |ସେଥିପାଇଁ ସମସ୍ତେ ଉତ୍ସାହିତ ରହିଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି ହୋଇସାରିଛି | ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୧ ମସିହା ଜାନୁଆରୀ ମାସ ଦୁଇ ତାରିଖ ରେ ଏହି କେମ୍ପସ ର ଶିଳାନ୍ୟାସ କରିଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link