Puri Explosion: ପୁରୀ ଚନ୍ଦନଯାତ୍ରା ଦୁର୍ଘଟଣା: ୩ ମୃତ, ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Puri Explosion: ପୁରୀରେ ଚନ୍ଦନଯାତ ଚାଲିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩୫ରୁ ଅଧିକ ଆହତ ରହିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ଏବଂ ଅନ୍ୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆହତଙ୍କ ଚିକିତ୍ସାକୁ ପ୍ରତ୍ୟକ୍ଷ ତଦାରଖ କରିଛନ୍ତି। ସେପଟେ ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ। ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ।