Attack CCTV: ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, CCTV ଫୁଟେଜ୍ ଭାଇରାଲ

Rashmita Sahoo Sun, 20 Oct 2024-5:31 pm,

ଶୁକ୍ରବାର ଦିନ ଶ୍ରୀମନ୍ଦିର ସୁପରଭାଇଜର ତଥା ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ।। ୧ ମିନିଟ ୧୨ସେକେଣ୍ଡ ଫୁଟେଜ ଭାଇରାଲ। ଦୁର୍ବୁତ୍ତ ଜଣଙ୍କ ବରିଷ୍ଠ ସେବାୟତଙ୍କୁ କିଭଳି ଚୋଟ ପରେ ଚୋଟ ପକାଇ ଚାଲିଛି ଭାଇରାଲ ଭିଡିଓରେ କଏଦ। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟ ପରିକ୍ରମା ମାର୍ଗରେ ଏଭଳି ମାରଣାସ୍ତ୍ରରେ ଆକ୍ରମଣ କରୁଥିବା ଟିକନିକ ଦୃଶ୍ୟ ଭାଇରାଲ ହୋଇଛି। ବରିଷ୍ଠ ସେବାୟତ ପାର୍କିଂରୁ ଗାଡି ବାହାର କରିବା ସମୟରେ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଛି। ତେବେ ଆକ୍ରମଣ ସମୟର ସିସିଟିଭି ଭିଜୁଆଲ ଭାଇରାଲ ହେବା ପରେ ଏଘଟଣାର ପର୍ଦ୍ଦାଫାସ ହୋଇଛି। ସେପଟେ ଆକ୍ରମଣ କରିଥିବା ଯୁବକ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏହି ଘଟଣାରେ ଦୁଇଜଣ ସୁଆର ସେବକଙ୍କୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ପୁଲିସ। ଆନନ୍ଦବଜାରରେ ସଂପୃକ୍ତ ସୁଆର ସେବକଙ୍କ ଦୋକାନରେ ଦୁର୍ବୁତ୍ତ ଜଣକ ସେଲସ ମ୍ଯାନ ଭାବେ କାର୍ଯ୍ଯ କରୁଥିବା ଜଣାପଡିଛି।        

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link