Puri Police: ପୁରୀ ପୋଲିସକୁ ସଫଳତା, ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୧୪୫ ନାବାଳିକା ଓ ନାବାଳକ ଉଦ୍ଧାର

Fri, 05 Apr 2024-1:00 pm,

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ ଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା। ମାତ୍ର ଏକମାସ ମଧ୍ୟରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଏକମାସରୁ ଦେଢମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ପିପିଲି ସବଡିଭିଜନରେ ୩୫ଜଣ, ନିମାପଡା ସବଡିଭିଜନରେ ୫୫ଜଣ,ସଦର ସବଡିଭିଜନରେ ୨୮ ଓ ପୁରୀ ସିଟି ସବଡିଭିଜନରେ ୨୭ଜଣଙ୍କୁ ପରିବାର ଜିମା ଦିଆଯାଇଛି। ଯେଉଁ ମାନଙ୍କର ବୟସ ୧୭ବର୍ଷରୁ କମ ନାବାଳକ ଓ ନାବାଳିକା ମାନେ ନିଖୋଜ ଥିଲେ କିମ୍ବା ଘରଛାଡି ପଳାଇଥିଲେ ସେନେଇ ଥାନାରେ ରିପୋର୍ଟ ହୋଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link