Radhastami 2024: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମାଙ୍କ ନଗର ପରିକ୍ରମା, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Wed, 11 Sep 2024-4:17 pm,

Radhastami 2024:  ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ କରିବେ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link