Ratha Yatra Review: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

Sun, 30 Jun 2024-1:13 pm,

ଜୁଲାଇ ୭ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଶଙ୍କା କରି ରେବିଭାଗ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ପୁରୀ ଷ୍ଟେସନ ପରିସରରେ ଆୟୋଜିତ ଏକ ସମିକ୍ଷା ବୈଠକରେ ଯୋଗ ଦେଇଥିଲେ। ପୁଙ୍ଖାନୁପୁଙ୍ଖ ଭାବେ ସମିକ୍ଷା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତବର୍ଷ ୧୧ଲକ୍ଷ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ରେଳବିଭାଗ ବ୍ଯବସ୍ଥା ଗ୍ରହଣ କରିଥିଲା। ମାତ୍ର ଚଳିତ ବର୍ଷ ୧୪ରୁ ୧୫ ଲକ୍ଷ ଲୋକଙ୍କ ପାଇଁ ବ୍ଯବସ୍ଥା ଗ୍ରହଣ କରାଯିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link