Weather Report: ଆସନ୍ତା କାଲିଠୁ ରାଜ୍ୟରେ କମିବ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ.

Thu, 05 Oct 2023-7:52 pm,

Rain in Odisha: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦକ୍ଷିଣ-ପୂର୍ବ ଝାଡଖଣ୍ଡ ଓ ସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି। ଏହାସହ ଜଡିତ ମେଘଖଣ୍ଡ ରାଜ୍ୟର କିଛି ଅଞ୍ଚଳ ଉପରେ ରହୁଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପ୍ରବଳ ତ ଆଉ କେତେକ ସ୍ଥାନରେ କମ୍ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ତେବେ ଆଜି ୯ଟି ଜିଲ୍ଲା ଯଥା-ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର , ଯାଜପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୋଳରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link