Rakhsa Bandha: ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଚଳ ଚଞ୍ଜଳ ହେଲାଣି ବଜାର ଘାଟ
Aug 09, 2023, 15:10 PM IST
Rakhsa Bandha: ଆଉ ଦିନ କେଇଟା ପରେ ପବିତ୍ର ରକ୍ଷାବନ୍ଧନ । ସେଥିପାଇଁ ଏବେ ବଜାର ଚଳଚଂଚଳ । ମାଳ ମାଳ ହୋଇ ଝୁଲିଛି ଲକ୍ଷଲକ୍ଷ ଟଙ୍କାର ରାକ୍ଷୀ । ସିଜିନ୍ ବ୍ୟବସାୟର ହବ୍ କୁହାଯାଉଥିବା ଜଟଣୀ ରାକ୍ଷୀ ହୋଲସେଲିଙ୍ଗ ବଜାରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଏବେ ଲାଗିଛି ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କ ଭିଡ଼ । ବିଭିନ୍ନ ସିଜିନ୍ ସାମଗ୍ରୀ ପାଇଁ ବେଶ ପରିଚିତ ଜଟଣୀ ସହର ଏବେ ଚଳଚଂଚଳ ।