Animal Video: ସିନେମା ହଲ ଭିତରେ ବାଣ ଫୁଟାଇଲେ ରଣବୀରଙ୍କ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

Sat, 02 Dec 2023-5:26 pm,

ରଣବୀର କପୁର ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ଆନିମଲ' ରିଲିଜ ହୋଇଛି । ମୁଭିରେ ରଣବୀରଙ୍କ ଅଭିନୟ ସାଙ୍ଗକୁ ସ୍କ୍ରିନ ପ୍ଲେକୁ ବହୁତ ତାରିଫ କରିଛନ୍ତି ଫ୍ୟାନ୍ସ । ସାରା ଦେଶରେ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଫିଲ୍ମରେ ଅନୀଲ କପୁର ଓ ବବି ଦେଓଲ ବି ନଜର ଆସିଛନ୍ତି। । ରିପୋର୍ଟ ମୁତାବକ ଏହାର ଆଡଭାନ୍ସ ବୁକିଂ ବେଶ ପ୍ରଶଂସନୀୟ ରହିଛି । ସେପଟେ ଫ୍ୟାନ୍ସ ମାନେ ପୁଣିଥରେ ସିନେମା ହଲରେ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି। ଏହି ଟ୍ରେଣ୍ଡ ସଲମାନଙ୍କ ଫିଲ୍ମ ଟାଇଗର -ଥ୍ରୀ ରିଲିଜ ସମୟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅଘଟଣ ଆଶଙ୍କା କରି ଏପରି କରିବାକୁ ମନା କରିଥିଲେ ସଲ୍ଲୁ ମିଆଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link