Ratha Yatra: ଜୁଲାଇ ୭ରେ ରଥଯାତ୍ରା, ଚଳିତବର୍ଷ ୫୦ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚାଲିଛି ପ୍ରସ୍ତୁତି

Sat, 03 Feb 2024-7:13 pm,

ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଚଳିତବର୍ଷ ୫୦ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିର ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଦୀର୍ଘ ୩ ବର୍ଷ ଧରି ସମର୍ଥ ବର୍ମା ଜିଲାପାଳ ଭାବେ ତିନୋଟି ରଥଯାତ୍ରା କରିଥିବା ବେଳେ ଏବେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ପୁଣି ନୂଆ ଦାୟିତ୍ୱ ମିଳିଥିବାରୁ ଶୃଙ୍ଖଳିତ ଓ ନିଆରା ଭାବେ ୨୦୨୪ ରଥଯାତ୍ରା କରିବେ ବୋଲି କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ , ଶ୍ରୀଦାଣ୍ଡ , ପାର୍କିଂ , ସମଙ୍ଗ ନୂଆ ବସଷ୍ଟାଣ୍ଡ ଆଦିର ବିକାଶ ହୋଇଥିବାରୁ ରଥଯାତ୍ରାର ତିନିଗୁଣ ଭକ୍ତ ଆସିଲେ ବି ସେବାୟତଓ ପ୍ରଶାସନ ସମର୍ଥ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ତେବେ ଶ୍ରୀମନ୍ଦିର ବାହାରେ ଶୃଙ୍ଖଳିତ ଦର୍ଶନ ହେଉଥିବା ବେଳେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡପ ନିକଟରେ କିଭଳି ଦର୍ଶନ ବ୍ଯବସ୍ଥା ବ୍ଯବସ୍ଥିତ ହେବ ତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link