Ratna Bhandar: ଆସନ୍ତା ଗୁରୁବାର ସକାଳ ୯ଟା ୫୧ ରୁ ୧୨.୧୫ ମଧ୍ୟରେ ପୁଣି ଖୋଲିବ ରତ୍ନଭଣ୍ଡାର

ରଶ୍ମିତା ସାହୁ Tue, 16 Jul 2024-2:52 pm,

ଆସନ୍ତା ୧୮ ତାରିଖ ଗୁରୁବାର ସକାଳ ୯ଟା ୫୧ ସମୟରେ ପୁଣିଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଏବଂ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥ। ଆଲମିରା ଓ ସିନ୍ଦୁକ ଅନୁସାରେ ରତ୍ନ ତଥା ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରରେ ଥିବା ସୂଚୀତ ବିକଳ୍ପ ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତରଣ କରାଯିବ। ଏହାପରେ ଉଭୟ ରତ୍ନ ଭଣ୍ଡାରକୁ ଜଉ ମୁଦ କରାଯାଇ ଚାବି ଟ୍ରେଜରୀକୁ ହସ୍ତାନ୍ତର କରାଯିବ ବୋଲ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link