BJD Mla Resigned: ବ୍ୟକ୍ତିଗତ କାରଣରୁ MLA ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା, ସୂଚନା ଦେଲେ ଜିଲ୍ଲା BJD ସଭାପତି

Fri, 09 Feb 2024-3:52 pm,

ବିଜେଡି ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାଏକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନ ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଗତ ଅକ୍ଟୋବର ମାସରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକ ଙ୍କୁ ମେଲ ଦ୍ୱାରା ଇସ୍ତଫାପତ୍ର ପଠାଇଥିଲେ । ଜଣେ ଯୁବ ଇଞ୍ଜିନିୟର୍ ଭାବେ ସେ ୨୦୦୯ ମସିହାରେ ବିଜେଡି ଦଳରୁ ଟିକେଟ ପାଇ ତେଲକୋଇ ର ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ ମସିହାରେ ଦ୍ୱିତୀୟ ଥର ବିଜେଡି ର ପ୍ରାଥୀ ହୋଇ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫ମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀପଦ ପାଇଥିଲେ । ହେଲେ ତାଙ୍କୁ ଦଳରେ ଅଣଦେବା କରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି । ଦଳ ତରଫରୁ ତାଙ୍କୁ ୨ ଥର ବିଧାୟକ କରାଯିବା ସହ, ମନ୍ତ୍ରୀପଦ ଦିଆଯାଇଥିଲା । ହେଲେ, ତାଙ୍କ ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ସେ କହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link