Odisha Big News: ପୋଲ ତଳକୁ ଓଲଟି ପଡିଲା ଟ୍ରକ, ଅକାରଣେ ଚାଲିଗଲା ୨ ଜୀବନ

Wed, 20 Sep 2023-8:45 pm,

Odisha news: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 49 ର କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଇପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 2 ଜଣ ଟ୍ରକ କର୍ମଚାରୀଙ୍କର ଜୀବନ ଯାଇଛି। ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ କାଇପୁର ପୋଲ ତଳକୁ ଖସିପିଡ଼ିବାରୁ ଟ୍ରକର ଡ୍ରାଇଭର ଏବଂ ହେଲ୍ପରଙ୍କର ଘଟଣା ସ୍ଥଳରର ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ଏକ ମାଲ ବୋଝେଇ ଟ୍ରକ କଲିକତାରୁ ସମ୍ବଲପୁର ଅଭିମୁଖେ ଜାତୀୟ ରାଜପଥ 49 ରେ ଯାଉଥିବାବେଳେ ସଦର ଥାନା ସୁଆକାଟି ନିକଟ କାଇପୁର ଠାରେ ଥିବା ପୋଲତଳେ ଟ୍ରକଟି ଖସିପିଡ଼ିଟିଥିଲା ।ଫଳରେ ଟ୍ରକର ଡ୍ରାଇଭର ଏବଂ ହେଲ୍ପର ସେଠାରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link