Vote Boycott: ରାସ୍ତା ନଥିବାରୁ ହନ୍ତସନ୍ତ ଜନଜୀବନ, ଭୋଟ ବର୍ଜନ ଚେତାବନୀ ଦେଲେ ୨ ଖଣ୍ଡ ଗାଁ

Thu, 22 Feb 2024-1:39 pm,

ରାଜ୍ୟ ସରକାର ହୁଅନ୍ତୁ କିମ୍ୱା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଆଜି ମଧ୍ୟ ଅନେକ ଗାଁ ରହିଛି ସ୍ଵାଧୀନତା ର ସାତ ଦଶନ୍ଧି ପରେ ମଧ୍ୟ ଗାଁ କୁ ପକ୍କା ରାସ୍ତା ଖଣ୍ଡେ ହୋଇ ପାରିନି। ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲକ ଗୁରଝଳି ପଞ୍ଚାୟତ ର ଲାଞ୍ଜେରୀ ଓ ଗାଡ଼ଗୋଠ ଗାଁ। ପଞ୍ଚାୟତ ରେ ବସବାସ କରୁଥିବା ୮ ଓ ୯ ନମ୍ବର ୱାର୍ଡ କୁ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରିନି ସଦର ମହକୁମା ବ୍ଲକ କାର୍ଯ୍ୟାଳୟ କୁ। ଯାହା ଫଳରେ ୬ କିଲୋମିଟର ଦୂର ପାହାଡ଼ିଆ ପଥୁରିଆ ରାସ୍ତାରେ ଯିବାକୁ ପଡୁଛି ଗ୍ରାମବାସୀଙ୍କୁ। ଭଲ ରାସ୍ତା ନଥିବା ହେତୁ ଗାଁ କୁ ଜରୁରୀ କାଳୀନ ଏମ୍ବୁଲେନ୍ସ ମଧ୍ୟ ଆସିପରୁନାହିଁ।୬ କିଲୋମିଟର ପାହାଡ଼ିଆ ରାସ୍ତାରେ ଭାର କରି ଯିବା ପରେ ସାରମା ଛକ ରୁ ରୋଗୀଙ୍କୁ ମେଡିକାଲ୍ ନେବାକୁ ପଡୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link