Dharmendra Pradhan: ଖଟିଆରେ ବୁହା ହେଲେ ରୋଗୀ, ବିକାଶ କେଉଁଠି ବୋଲି ପ୍ରଶ୍ନ କରିଲେ ଧର୍ମେନ୍ଦ୍ର

Tue, 09 Apr 2024-7:39 pm,

ଖଟିଆ ରେ ବୁହା ହେଲେ ରୋଗୀ | ରାସ୍ତା ଖରାପ କାରଣରୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ | ୪୫ ମିନିଟ ଖଟିଆ ରେ ବୁହା ହେବା ପରେ ୧୦୮ ଆମ୍ବୁଲାନ୍ସ କୁ ଓ ପରେ ଡାକ୍ତରଖାନା କୁ ଆସିଲେ ରୋଗୀ | ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଗଡ଼ଲୋଇସିଂ ପଂଚାୟତ ର ବେଲପାଣି ଗାଁ ରେ | ଗତକାଲି ସେହି ଗାଁ ର ଜଣେ ମହିଳା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା |ରାସ୍ତା ଖରାପ ରହିଥିବା କାରଣରୁ ଆମ୍ବୁଲାନ୍ସ ଟି ଅଧା ବାଟରେ ରହିଯାଇଥିଲା | ବାଧ୍ୟ ହୋଇ ଗ୍ରାମବାସୀ ରୋଗ ରେ ପୀଡିତ ମହିଳା ଙ୍କୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ | ତା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା | ଏ ବାବଦ ରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ | ଦେଶ ସ୍ୱାଧୀନ ହେବାର ୭୬ ବର୍ଷ ଓ ଓଡିଶା ଶାସନ କରୁଥିବା ବିଜେଡି ସରକାର ଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଲେ ଯେ ଯଦି ୨୫ ବର୍ଷ ଶାସନ ପରେ ମଧ୍ୟ ରାଜ୍ୟ ର ଏଭଳି ଅବସ୍ଥା ରହିଛି, ଖଟିଆ ରେ ବୁହା ହେଉଛନ୍ତି ରୋଗୀ |ତା ହେଲେ ବିକାଶ କେଉଁଠି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link