Sitalsasthi Patarpendi: ଶେଷ ହୋଇଛି ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ

Fri, 07 Jun 2024-4:13 pm,

ଶେଷ ହୋଇଛି ନନ୍ଦପଡା ର ବଂ ବରାଡ଼ ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ | ସମ୍ବଲପୁର ନନ୍ଦପଡା ର ବାବା ବାଲୁଙ୍କେଶ୍ୱର ଙ୍କ ମନ୍ଦିର ରୁ ସପ୍ତ ଋଷି ଏକ ବିରାଟ ପଟୁଆର ରେ ବାହାରି କନ୍ୟା ଅନ୍ବେଷଣ ଆରମ୍ଭ କରିଥିଲେ | ଚାରିଦିଗ ରେ କନ୍ୟା ଅନ୍ବେଷଣ କାର୍ଯ୍ୟକ୍ରମ ଜାରି ରହିଥିଲା |ପରେ ସେମାନେ ସୂଚନା ପାଇଥିଲେ ଯେ ଚାରଭାଟି ର ସୁମନ୍ତ୍ର ପଣ୍ଡା ଓ ନିତିପ୍ରିୟା ଦେବୀ ଙ୍କର ଏକ ସୁଶୀଳ କନ୍ୟା ରହିଥିବା ଖବର ପାଇଁ ତାଙ୍କ ବାସଭବନ ରେ ବର ପିତା ଙ୍କ ସହ ପହଂଚି ଥିଲେ ସପ୍ତ ରୁଷି | ବାବା ଙ୍କର ଗୁଣ ଗାନ କରି ମାତା ପାର୍ବତୀ ଙ୍କର ହାତ ମାଗିଥିଲେ ଋଷି ଗଣ | କିନ୍ତୁ କନ୍ୟା ପିତା ପ୍ରଥମେ କହିଥିଲେ ଯେ ବାବା ହେଉଛନ୍ତି ସ୍ମଶାନ ବାସୀ ଝିଅଙ୍କୁ ନେଇ କେଉଁଠି ରଖିବେ | ଋଷି ଗଣ କହିଥିଲେ ଯେ ବାବା ଭୋଳାନାଥ ହେଉଛନ୍ତି ସର୍ବ ଗୁଣ ସମ୍ପର୍ଣ୍ଣ | ସେ ହେଉଛନ୍ତି ତ୍ରିପୁର ବାସିନ୍ଦା |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link