Sandeep Maheswari: ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ଭାରତୀୟ ଅଭିଭାବକ ?

Dec 22, 2023, 19:26 PM IST

ପିଲାମାନଙ୍କର ଲାଳନପାଳନ ପାଇଁ ପିତାମାତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । କେତେବେଳେ ସେମାନଙ୍କୁ ପିଲାମାନଙ୍କର ତିକ୍ତତାକୁ ସହ୍ୟ କରିବାକୁ ପଡେ ତ ବେଳେବେଳେ ସେମାନଙ୍କର ଦାବି ପୂରଣ କରିବାକୁ ପଡେ । ଅନେକ ପ୍ରେରଣାଦାୟକ ବକ୍ତା ମଧ୍ୟ ପିଲାମାନଙ୍କୁ ଲାଳନପାଳନ ପାଇଁ ଅନେକ ପରାମର୍ଶ ଦିଅନ୍ତି । ଆଜି ଆସନ୍ତୁ ଜାଣିବା ପିଲାମାନଙ୍କୁ ଲାଳନପାଳନ ନେଇ ପ୍ରେରଣାଦାୟକ ବକ୍ତା(ମୋଟିଭେସନାଲ ସ୍ପିକର) ସନ୍ଦୀପ ମହେଶ୍ୱରୀ କ’ଣ କହୁଛନ୍ତି । ପ୍ରାୟତଃ ଦେଖାଯାଏ ଯେ ଅଭିଭାବକ ମାନଙ୍କୁ ଏହା କୁହାଯାଏ ଯେ ପିଲା ଯାହା ଚାହୁଁଛି ତାହା ସେମାନଙ୍କୁ କରିବାକୁ ଦିଅ । ପିଲା ନିଜ କ୍ୟାରିୟରରେ କଣ ଚାହୁଁଛି, ସେ କଣ ଦରକାର କରୁଛି, ଏସବୁ ନେଇ ଅଭିଭାବକଙ୍କୁ କୁହାଯାଏ ଯେ ସେମାନେ ନିଜ ସନ୍ତାନର ପ୍ରତ୍ୟେକ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବା ଉଚିତ ଏବଂ ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେବା ଉଚିତ୍ । କିନ୍ତୁ ସନ୍ଦୀପ ମହେଶ୍ୱରୀଙ୍କ ଭିନ୍ନ ମତ । ସନ୍ଦୀପଙ୍କ ଅସୁସାରେ ଏହା ସମ୍ପୂର୍ଣ୍ଣ ଭୂଲ୍ । ଅଭିଭାବକମାନେ ସେମାନଙ୍କର ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଉଚିତ୍ ନୁହେଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link