Weather Update: ଥରୁଛି ସାରା ଓଡ଼ିଶା, ଆହୁରି ୫ଦିନ ପ୍ରବଳ ଥଣ୍ଡା

Sun, 17 Dec 2023-4:55 pm,

ଶୀତରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ରାତି ତାପାମାତ୍ରା ହ୍ରାସ ପାଇଥିବାବେଳେ ୮.୩ ଡିଗ୍ରୀ ସହ ସୁନ୍ଦରଗଡର କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । କନ୍ଧମାଳର ଜି.ଉଦୟଗିରିରେ ୮.୪ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ଭଦ୍ରକ ରାଣିତାଲରେ ୯.୬ ଡିଗ୍ରୀ, ରାଉରକେଲାରେ ୯.୮, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ ଓ ଝାରସୁଗୁଡାରେ ୧୦.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ବର୍ତ୍ତମାନ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରୁଛି । ଯାହାଫଳରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୫ ଦିନ ଯାଏଁ ଏଭଳି ଥଣ୍ଡା ଲାଗି ରହିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link