Shiv Linga Video: ଶିବଲିଙ୍ଗ ଉପରେ ପାଦ ରଖି ନିଜର ଅଭିଷେକ କରୁଛନ୍ତି ସନ୍ନ୍ୟାସୀ, Video ଭାଇରାଲ

Rashmita Sahoo Fri, 20 Sep 2024-9:00 pm,

Shiv Linga Video: ଭାଇରାଲ ହେଉଛି ଏମିତି ଏକ ଲଜ୍ଜାଜନକ ଭିଡିଓ ଯାହା କୋଟି କୋଟି ଶିବଭକ୍ତଙ୍କୁ ଆଘାତ ଦେଇଛି। ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ଜଣେ ସନ୍ନ୍ୟାସୀ ଶିବ ଲିଙ୍ଗ ଉପରେ ପାଦ ରଖି ବସିଛନ୍ତି । ଆଉ ତାଙ୍କ ପାଦ ଉପରେ ବେଲପତ୍ର କ୍ଷୀର ଦେଇ ପୂଜା କରୁଛନ୍ତି କିଛି ଭକ୍ତ। ଏହି ଭିଡିଓଟି ଭାରତ ର କୌଣସି ଏକ ମନ୍ଦିରର ହୋଇଥିବା ବେଳେ କେଉଁ ସ୍ଥାନର ତାହା ସ୍ପଷ୍ଚ ହୋଇନି। ମାତ୍ର ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ଝଡ଼ ଉଠିଛି। ବହୁଳ ମାତ୍ରାରେ ସେୟାର କରି ଏପରି ସନ୍ନ୍ୟାସୀ ଯିଏ ସନାତନ ଧର୍ମ ନାଁରେ ପ୍ରଚାର ପ୍ରସାର କରି ଏପରି କୁକର୍ମ କରୁଛନ୍ତି ତାଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆଯାଉ ବୋଲି ଦାବି ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link