Chandrabhaga Buda: ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ତୀର୍ଥ ପୁଷ୍ପରଣୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ

Fri, 16 Feb 2024-6:00 pm,

ଆଜି ହେଉଛି ମାଘ ମାସ ସପ୍ତମୀ ତିଥି। ବିଶ୍ଵପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ । ଏଥିପାଇଁ ଚଳଚଚଂଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାପୀଠ । ଅ।ଜିର ଦିନରେ ଏଠ।ରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ବିଶ୍ଵାସ ଓ ପରଂପରା ଅନୁସାରେ ଅ।ଜି ଚନ୍ଦ୍ରଭାଗାରେ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଛନ୍ତି ଲକ୍ଷ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ପୌରାଣିକ କଥାନୁସାରେ କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପିଡୀତ ଥିବା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରି ରୋଗମୁକ୍ତ ହୋଇଇଥିବା ବିଶ୍ଵାସ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link