Jatra Actress Video: କାନି ପତେଇ କାନ୍ଦି କାନ୍ଦି ଭିକ ମାଗିଲେ ଅଭିନେତ୍ରୀ, ଭିଡିଓ ଭାଇରାଲ

Rashmita Sahoo Sun, 06 Oct 2024-5:26 pm,

Jatra Actress Video: ଏବେ ସାରା ରାଜ୍ୟର କୋଣ ଅନୁକୋଣରେ ଚାଲିଛି ଅପେରା ନାଇଟ୍। ପ୍ରତିଟି ଜିଲ୍ଲାରେ ବଡ଼ ବଡ଼ ଯାତ୍ରା ପାର୍ଟି ନିଜର ଅପେରା ଖୋଲିଛନ୍ତି । ଆଉ ଏହାକୁ ଦେଖିବାକୁ ରାତି ରାତି ଅନିଦ୍ରା ହୋଇ ଦର୍ଶକ ଯାତ୍ରାବହି ଦେଖିବାକୁ ଭିଡ଼ ଲଗାଉଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯାତ୍ରା ଅଭିନେତ୍ରୀ ନିଜ ଚରିତ୍ରରେ ଏମିତି ରହିଛନ୍ତି ଯାହାକୁ ଦେଖି ସେଠାକାର ଦର୍ଶକ କାନ୍ଦି ଉଠିଛନ୍ତି। କାନି ପତେଇ ଯାତ୍ରା ଅଭିନେତ୍ରୀ ଦର୍ଶକଙ୍କ ଆଡକୁ ଦେଖି ଭିକ ମାଗୁଥିବା ଦେଖାଦେଇଛି। ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି ଶିବାନୀ ଗଣନାଟ୍ୟର ବୋଲି କୁହାଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link