Ratna Alankar: ସରିଲା ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା, ଭିତରେ ଥିଲା ୭ଟି ସିନ୍ଦୁକ ସହ ଆଲମାରୀ

Fri, 19 Jul 2024-11:52 am,

ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ସାଢେ ସାତ ଘଂଟାରେ ଶେଷ ହୋଇଛି ସ୍ଥାନାନ୍ତର କାମ । ସକାଳ ୯ଟା ୫୧ରୁ ଆରମ୍ଭ ହୋଇଥିବା ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ସଂଧ୍ୟା ୫ଟା ୧୫ରେ ଶେଷ ହୋଇଛି । ମୋଟ୍ ୭ଟି ସିନ୍ଦୁକ ଓ ଆଲମିରାରରେ ରହିଥିଲା ଶ୍ରୀଜିଉଙ୍କ ଅଳଙ୍କାର । ପ୍ରଥମ ପର୍ୟ୍ୟାୟରେ ବାହାର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଦ୍ବିତୀୟ ପର୍ୟ୍ୟାୟରେ ଭିତର ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଭଣ୍ଡାର ମେକାପ ସେବାୟତମାନେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରିଛନ୍ତି । ଏବେ ୬ଟି ସିନ୍ଦୁକ ଓ ୬ଟି ଆଲମିରାରେ ଅଳଙ୍କାରକୁ ରଖାଯାଇଛି । ଅସ୍ଥାୟୀ ଭଣ୍ଡାର, ଭିତର ଭଣ୍ଡାର, ମୂଳ ବାହାର ରତ୍ନ ଭଣ୍ଡାର ତାଲା ପକାଇ ସିଲ୍ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link