Jagannath Rath: `ଜୟ ଜଗନ୍ନାଥ ଅର୍ପଣ ରଥ`ର ରାଉରକେଲା ସହର ପରିକ୍ରମା

Sun, 07 Jan 2024-2:26 pm,

ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଭବ୍ୟ ଉତ୍ସବରେ ଯେପରି ପ୍ରତିଟି ଓଡ଼ିଆ ଯୋଡ଼ି ହୋଇ ଦିବ୍ୟ ଅନୁଭବର ସାନିଧ୍ୟ ଲାଭ କରିପାରିବେ ସେଥିପାଇଁ ରାଜ୍ଯ ସରକାରଙ୍କ ତରଫରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଫଳ ସ୍ଵରୂପ ''ଜୟ ଜଗନ୍ନାଥ ଅର୍ପଣ ରଥ'' ମାଧ୍ୟମରେ ପୁରପଲ୍ଲୀରୁ ସହର ସବୁ ଅଞ୍ଚଳର ପରିକ୍ରମା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ପ୍ରତି ଘରୁ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି। ଏହି କ୍ରମରେ ରାଉରକେଲା ସହରରୁ ମଧ୍ୟ ଏହି ଅର୍ପଣ ରଥର ପରିକ୍ରମା ଯାତ୍ରା ଶନିବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link