Puri Heritage: ଧିରେଧିରେ ପୂର୍ଣ୍ଣରୂପ ନେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଲୋକ ମାଳାରେ ଝଲସୁଛି ବଡଦା

Sat, 13 Jan 2024-8:13 pm,

ଧିରେଧିରେ ପୂର୍ଣ୍ଣରୂପ ନେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଜାନୁଆରୀ ୧୭ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଆକର୍ଷଣୀୟ ଆଲୋକ ମାଳାରେ ଝଲସୁଛି ବଡଦାଣ୍ଡ। ଫିକା ପିଙ୍କ ରଙ୍ଗରେ ବଡଦାଣ୍ଡର ଦୁଇପାର୍ଶ୍ୱରେ ଥିବା ସବୁ କୋଠା। ସେପଟେ ଆଜି ଯଜ୍ଞମଣ୍ଡପ ନିକଟରେ ସ୍ୱତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା କରାଯାଉଛି ଅଙ୍କୁର ପୂଜନ ନିତି।,, (ଭିଓ୧) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଧିରେଧିରେ ବଢୁଛି ଭକ୍ତ ଓ ଦର୍ଶନାର୍ଥିଙ୍କ ଗହଳିଚହଳି। ସେପଟେ ସଜେଇ ହେଉଛି ଶ୍ରୀମନ୍ଦିର ଆଉ ପୁରା ପରିବେଶ। ପରିକ୍ରମା ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ସଫେଇ ବି ସରିଛି। ଏବେ ପରିକ୍ରମା ମାର୍ଗରେ ବେଢା ପରିକ୍ରମା ସହଜ ହୋଇଛି। ତେବେ ପରିକ୍ରମା ପ୍ରକଳ୍ପରେ ଆକର୍ଷଣୀୟ ଚିତ୍ରକଳା ମଧ୍ୟ ଭକ୍ତମାନଙ୍କୁ ବେଶ୍ ବିମୋହିତ କରିଛି। ଉତ୍ତର-ପଶ୍ଚିମ କୋଣର ବ୍ରୀଟିସ ଅମଳର ପୁରାତନ ପାଣିଟାଙ୍କିରେ ଝଟକୁଛି କାଞ୍ଚି ଅଭିଯାନ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ଭଳି ଅନେକ ନିଖୁଣ ପଟ୍ଟଚିତ୍ର।ଆଉ ପରିକ୍ରମା ମାର୍ଗ ପରିସରରେ ଥିବା ୧୭ଟି ମଠରେ ଦିଆଯାଇଛି ଉତ୍କଳୀୟ ଢାଞ୍ଚାର ଛାପ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link