Ratna Bhandar: ୧୪ ରେ ଖୋଲିବ କି ରତ୍ନ ଭଣ୍ଡାର, କମିଟି ମିଟିଂରେ କଣ ହେଲା ନିଷ୍ପତ୍ତି?

Tue, 09 Jul 2024-1:00 pm,

Ratna Bhandar: ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଗଣତି ଓ ମରାମତି କାର୍ଯ୍ଯର ତଦାରଖ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ତଦାରଖ କମିଟିର ଆଜି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ଶ୍ରୀମନ୍ଦିର ପ୍ରଶାସନ ସମ୍ମିଳନୀ କକ୍ଷରେ ବସିଥିଲା ଏହି ୧୬ଜଣିଆ କମିଟିର ସ୍ୱତନ୍ତ୍ର ବୈଠକ। ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଥିଲା ଏହି ବୈଠକ। କମିଟିର ସଦସ୍ୟ, ଜିଲ୍ଲାପାଳ, ଏସପି ଆଦି ବୈଠକରେ ଉପସ୍ଥିତ ରହିଥିଲେ। ତେବେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରାଯିବ। କେବେ ରତ୍ନଭଣ୍ଡାର ଖୋଲାଯିବ ସେନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ କମିଟି ବୈଠକ ରେ ଜୁଲାଇ ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ତେବେ ଏହି ତାରିଖକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link