Ratna Bhandar: ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର, ଭିତର ରତ୍ନଭଣ୍ଡାରରେ କ`ଣ ଦେଖିଲା କମିଟି

Tue, 16 Jul 2024-1:39 pm,

ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଦୀର୍ଘ ୪୬ ବର୍ଷ ପରେ ଖୋଲାଯାଇଛି। ଏହି ରତ୍ନଭଣ୍ଡାରର ଗୃହ ଖୋଲିବାକୁ ୨୦୧୮ ମସିହାରେ ପ୍ରୟାସ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ତାହା ବନ୍ଦ ହୋଇଯାଇଥିଲା। ଶେଷଥର ପାଇଁ ୧୯୭୮ ମସିହାରେ ଏହି ରତ୍ନଭଣ୍ଡାର ଖୋଲାଯାଇଥିଲା। ବିଶ୍ୱାସ କରାଯାଏ କି ରାଜା ଯୁଦ୍ଧରେ ବିଜୟ ଲାଭ କରିବା ପରେ ଆଣୁଥିବା ଅଳଙ୍କାରକୁ ଏହି ଭଣ୍ଡାରରେ ରଖାଯାଇଛି। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିରର ଭଣ୍ଡାର ଗୃହରେ ସେବେଠାରୁ ଏହି ସ୍ୱର୍ଣ୍ଣ ଅଳଙ୍କାର ସବୁକୁ ସାଇତି ରଖାଯାଇଛି। ତେବେ ଶ୍ରୀମନ୍ଦିରରେ ଦୁଇଟି ରତ୍ନଭଣ୍ଡାର ରହିଛି, ଗୋଟିଏ ବାହାର ରତ୍ନଭଣ୍ଡାର ଓ ଅନ୍ୟଟି ଭିତର ରତ୍ନଭଣ୍ଡାର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link