Student Congress: ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ

Thu, 14 Mar 2024-11:52 am,

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ “ଛାତ୍ର ଆଣିବେ ପରିବର୍ତ୍ତନ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜମହଲ ଛକ ନିକଟରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଯାଉଥିବା ବେଳେ ଶିଶୁ ଭବନ ଛକଠାରେ ପୋଲିସ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭ୍ୟାନ ଯୋଗେ ଉଠାଇ ନେଇଥିଲେ । ସେଠାରେ ପୋଲିସ ଓ ଛାତ୍ର କଂଗ୍ରେସର କର୍ମକର୍ତାଙ୍କ ମଧ୍ୟରେ ପ୍ରବଳ ଧ୍ୱସ୍ତାଧ୍ୱସ୍ତି ହୋଇଥିଲା ଏବଂ ଟମାଟୋ ମାଡ଼ ମଧ୍ୟ କରାଯାଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link