Video: ସମ୍ବଲପୁର ତହସିଲ କାର୍ଯ୍ୟାଳୟକୁ ରାଜସ୍ଵ ମନ୍ତ୍ରୀଙ୍କ ଅଚାନକ ଗସ୍ତ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 17 Aug 2024-8:02 pm,

ସମ୍ୱଲପୁର: ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଆକସ୍ମିକ ଭାବେ ହଠାତ୍ ସମ୍ବଲପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ତହସିଲ କାର୍ଯ୍ୟାଳୟର ଅବ୍ୟବସ୍ଥା ଦେଖି ଓ ଲୋକଙ୍କ କଥା ଶୁଣିବା ପରେ ତହସିଲ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କୁ ସାଧାରଣ ଜନତାଙ୍କୁ ହଇରାଣ ନକରି ରାଜସ୍ୱ ସେବା ସହଜରେ ଯୋଗେଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ସରକାର ଲୋକଙ୍କ ସେବା ପାଇଁ, ତେଣୁ ତାଙ୍କ ପ୍ରତି ଉଚିତ ବ୍ୟବହାର ଦେଇ କାର୍ଯ୍ୟନିର୍ବାହ କରିବା ପାଇଁ ପରାମର୍ଶ ଦେବା ସହ କୌଣସି ପ୍ରକାର ଅଭିଯୋଗ ଆସିଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ରାଜ୍ୟରେ ମଧ୍ୟ ସମସ୍ତ ଲୋକଙ୍କ ପାଇଁ ଆବଶ୍ୟକୀୟ ସାର୍ଟିଫିକେଟ ତଥା ନଥିପତ୍ର ଦେବାରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link