Mohana News: ପାରିବାରିକ କଳହକୁ କେନ୍ଦ୍ର କରି ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Mon, 07 Aug 2023-7:52 pm,

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧମେଟୁ ଗ୍ରାମ ନିକଟରେ ଜଣେ ମଦ୍ୟପ ଯୁବକ ଘରୋଇ କଳହକୁ ନେଇ ଅତି ଉଚ୍ଚସମ୍ପର୍ଣ୍ଣ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଅଞ୍ଚଳ ବାସୀନ୍ଦା ଓ ଗାରବନ୍ଧ ଥାନା ଅଧିକାରୀ ଗବିନ୍ଦ ଗୌଡ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମ କ୍ରମେ ଏକ ଜୀବନ ବଞ୍ଚି ଯାଇଥିବାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଅଛି । ଘଟଣାରୁ ପ୍ରକାଶ ଯେ, ଗାରବନ୍ଧ ଗ୍ରାମ ନିକଟସ୍ଥ ପିଲୁରୁ ଗ୍ରାମର ଜଣେ ଯୁବକ ଏସ୍‌.ଯୋଗେନ୍ଦ୍ର (୩୦) ଆଜି ସକାଳୁ ସକାଳୁ ତାଳଚେର-ବାଙ୍ଗାଲୁରୁ ଯାଇଥିବା ଅତି ଉଚ୍ଚସମ୍ପର୍ଣ୍ଣ ବିଦ୍ୟୁତ ଟାୱାର ଉପରେ ଚଢିଥିବାର କିଛି ପଥଚାରୀ ଦେଖିଥିଲେ । ଏହାପରେ ସ୍ଥାନୀୟ ଗ୍ରାମାଞ୍ଚଳବାସୀ ପହଞ୍ଚି ଯୁବକ ଜଣକଙ୍କୁ ଓହ୍ଲାଇବା ନିମନ୍ତେ ନିବେଦନ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link