Rajinikanth Viral Video: ଗୋଟିଏ ଦିନରେ ବର୍ଷ ବର୍ଷର ସମ୍ମାନ ହରାଇଦେଲେ ରଜନୀକାନ୍ତ, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Sun, 20 Aug 2023-6:44 pm,

ଅଗଷ୍ଟ 19, ଶନିବାର ଦିନ ଅଭିନେତା ରଜନୀକାନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। କିମ୍ବଦନ୍ତୀ ଅଭିନେତା ୟୁପି ସିଏମଙ୍କୁ ଭେଟି ତାଙ୍କ ପାଦ ଛୁଇଁ ତାଙ୍କୁ ଅଭିବାଦନ ଜଣାଇଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉପସ୍ଥିତ ଥିବାବେଳେ ତାଙ୍କ ଚଳଚ୍ଚିତ୍ର ‘ଜେଲର’ର ସ୍କ୍ରିନିଂ ପାଇଁ ଶୁକ୍ରବାର ରାତିରେ ଏହି ଅଭିନେତା ଲକ୍ଷ୍ନୌ ସହରରେ ପହଞ୍ଚିଥିଲେ। ହେଲେ ଏହି ଭିଡିଓ ଭାଇରାଲ ପରେ ରଜନୀକାନ୍ତଙ୍କ ଫ୍ୟାନ୍ସ ମାନେ ଖୁବ୍ କ୍ଷୋଭ ପ୍ରକାଶ କରିଛନ୍ତି। ୭୨ ବର୍ଷୀୟ ଷ୍ଟାର୍ ନିଜଠୁ ସାନ ତଥା ଜଣେ ପଲିଟିସିଆନଙ୍କ ପାଦ ଛୁଇଁବା କେତେ ଯୁକ୍ତିଯୁକ୍ତ ବୋଲି ଫ୍ୟାନ୍ସ ମାନେ ପ୍ରଶ୍ନ ଉଠାଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link