Road Accident: ଦୁର୍ଘଟଣାରେ ଚାଲିଗଲେ ବାପାପୁଅ, ଖବର ଶୁଣି ଦାଦାର ମୃତ୍ୟୁ

Fri, 23 Feb 2024-2:39 pm,

କେନ୍ଦୁଝର ଘଟଗାଁ ଥାନା ପିପିଳିଆ ଛକ ନିକଟରେ ରଡ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃହ ଘାତ ରେ ସେଇ ଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH - 20 କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link