Odisha Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୨ ନିରୀହ ଜୀବନ ଓ ଜଣେ ଗୁରୁତର, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Wed, 14 Feb 2024-12:07 pm,

Odisha Accident:ସରସ୍ୱତୀ ପୂଜାରେ ବଡ଼ ଅଘଟଣ। ବେଆଇନ୍ ପାର୍କିଂ ଚାଲିଗଲା ୨ ନିରୀହ ଜୀବନ।ପୁଣି ବେଆଇନ୍ ପାର୍କିଂ ନେଲା ଦୁଇ ଜୀବନ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ରୋଇଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ବେଆଇନ ପାର୍କିଂ କରି ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଦ୍ରୁତ ଗତିରେ ଆସି ଏକ ବାଇକ୍ ପିଟିହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଯୁବକ ଓ ତାଙ୍କ ସହ ଆସୁଥିବା ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link