Flower Show: ପାରାଦ୍ବୀପ ଅଫିସର୍ସ କ୍ଲବ୍ ପରିସରରେ ୩୮ତମ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ

Sat, 03 Feb 2024-1:52 pm,

ପାରାଦ୍ବୀପ ଅଫିସର୍ସ କ୍ଲବ୍ ପରିସରରେ ୩୮ତମ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶହେରୁ ଉର୍ଦ୍ଧ ପ୍ରତିଯୋଗୀ ମାନଙ୍କର ବିଭିନ୍ନ ପ୍ରକାର ଫୁଲ,ପନିପରିବା ଓ ବିଭିନ୍ନ ପ୍ରକାର ବୃକ୍ଷ ପ୍ରଦର୍ଶିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପୁରସ୍କୃତ କରିଥିଲେ ।ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରାଦ୍ବୀପ ବନ୍ଦର ପକ୍ଷରୁ ଏହି ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ ପାରାଦୀପ ବନ୍ଦରର ପରିବେଶ ଓ ନଗର ରକ୍ଷଣା ବେକ୍ଷଣ ବିଭାଗ ପକ୍ଷରୁ ଏହି ୩୮ତମ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଏହି ପୁଷ୍ପ ପ୍ରଦର୍ଶନୀକୁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରନାଦ୍ ଉଦଘାଟନ୍ କରିଥିବା ବେଳେ, ଏହି ପୁଷ୍ପ ପ୍ରଦର୍ଶନୀ ରେ ପାରାଦ୍ବୀପ ବନ୍ଦର ତଥା ବିଭିନ୍ନ କମ୍ପାନୀ ଅଧିକାରୀ ଓ କର୍ମଚାରୀ ମାନଙ୍କର ବଗିଚାରୁ ଫୁଲ ଓ ପନିପରିବା ସ୍ଥାନ ପାଇଥିଲା । ଏଥିରେ ଶହେରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କର ଡାଲିଆ, ମେରିଗୋଲ୍ଡ, ଗେଣ୍ଡୁ ଆଷ୍ଟର, ପେଟୁନିଆ, ଫ୍ଲକ୍ସ, ସାଲଭିଆ, ଗୋଲାପ,ଜିନିଆ, ଭଳି ଫୁଲ ସହିତ ବିନ, କଦଳୀ ବନ୍ଧାକୋବି , ଫୁଲକୋବି, ବାଇଗଣ ,ଟମାଟୋ, ଅମୃତଭଣ୍ଡା ଓ କଲରା ଭଳି ବିଭିନ୍ନ ପ୍ରକାର ପନିପରିବା ସ୍ଥାନ ପାଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link