Mohan Ch Majhi: ବରପୁତ୍ର ମାନଙ୍କୁ ସମ୍ମାନ ଦିଅନ୍ତି ଆମ ସରକାର, ବଦଳିବନି ବିଜୁ କ୍ରୀଡା ପୁରସ୍କାର ନାଁ

Sun, 21 Jul 2024-1:52 pm,

ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଉଥିବା ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ ବଦଳିବ ନାହିଁ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ସବୁବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଇଆସିଛି । ତେବେ ବିଜୁ ବାବୁଙ୍କୁ କୌଣସି ଦଳର ନୁହେଁ ବରଂ ତାଙ୍କୁ ଓଡିଶାର ବରପୁତ୍ର ଭାବେ ସମ୍ମାନ ଦିଆଯାଏ । ବିଜୁ ବାବୁଙ୍କ ଦୀର୍ଘ ଦଶନ୍ଧୀର ରାଜନୈତିକ ଓ ସାମାଜିକ ଅବଦାନ ସବୁବବେଳେ ସମ୍ମରଣୀୟ ହୋଇରହିବ । ତେଣୁ ପୂବ ର୍ରୁ ଦିଆଯାଉଥିବା ଏହି ପୁରସ୍କାର ତାଙ୍କର ନାମରେ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link