India-Pakistan: ପାକିସ୍ତାନର ଜଣେ ପ୍ରଧାନମନ୍ତ୍ରୀ ଯିଏ ଭାରତୀୟ ସଂସଦରେ ରଖିଥିଲେ ହିନ୍ଦୁ ବିରୋଧୀ ବଜେଟ୍..
India-Pakistan: ଲିୟାକତ ଅଲ୍ଲୀ ଖାନ୍ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜୱାହରଲାଲ ନେହେରୁଙ୍କ ମଧ୍ଯବର୍ତ୍ତିକାଳୀନ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ୧୯୪୬ ମସିହାରେ ସେ ଅର୍ଥମନ୍ତ୍ରୀ ଭାବେ ଯେଉଁ ବଜେଟ୍ ସଂସଦରେ ଉପସ୍ଥାପନ କରିଥିଲେ ତାକୁ ସୋସିଆଲିଷ୍ଟ ବଜେଟ୍ ବୋଲି କୁହାଯାଇଥିଲା । କିନ୍ତୁ ଅଧିକ ଆୟକର କାରଣରୁ ଏହାକୁ ହିନ୍ଦୁ ବିରୋଧୀ ବଜେଟ୍ ବୋଲି ମଧ୍ଯ ସମାଲୋଚନା କରାଯାଇଥିଲା ।