Millionaire Village:ଭୋକ ସହ ଲଢି ଦେଶର ସବୁଠାରୁ ଧନୀ ଗାଁ ହୋଇଛି ହିବରେ ବଜାର

Mon, 26 Feb 2024-7:13 pm,

ଭାରତରେ ଏଭଳି ଗୋଟିଏ ଗାଁ ଅଛି ଯାହାକୁ କୋଟିପତିଙ୍କ ଗାଁ ବୋଲି କୁହାଯାଏ । ଏହି ଗାଁର ସମୁଦାୟ ଜନସଂଖ୍ୟା ୧୨୫୦ ଅଧିକ । ଗାଁରେ ୩୦୫ ପରିବାର ବସବାସ କରନ୍ତି । ସେଥିମଧ୍ୟରୁ ୮୦ ପରିବାର କୋଟିପତି । ୫୦ ପରିବାରର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ । ଗୋଟିଏ ଗାଁରେ ଏତେ ସଂଖ୍ୟକ କୋଟିପତି ଥିବା କଥା ଶୁଣି ଆପଣ ଭାବୁଥିବେ ଯେ, ହୁଏତ ଏହି ଗାଁ ଲୋକ ଖାନଦାନୀ ଧନି ହୋଇଥିବେ କିମ୍ବା ବ୍ୟବସାୟୀ ହୋଇଥିବେ । ଉତ୍ତରାଧିକାରୀସୂତ୍ରରେ ସେମାନଙ୍କୁ ପ୍ରବଳ ସମ୍ପତ୍ତି ମିଳିଥିବ । କିନ୍ତୁ ଏହା ଠିକ ନୁହେଁ ।ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଁର ସଂଖ୍ୟାଧିକ ବାସିନ୍ଦା ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଏକାଠି ହୋଇ ଚାଷ କରି ସେମାନେ ଗାଁ’ର ଜିଡିପିରେ ଏମିତି ବୃଦ୍ଧି କରିଛନ୍ତି ଯେ, ଏବେ ଗାଁକୁ କୋଟିପତିଙ୍କ ଗାଁ ବୋଲି କୁହାଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link