Weather Report: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବଢ଼ିବ ଦିନର ପାରା, ଅନେକ ସ୍ଥାନରେ ବର୍ଷା ଆଶଙ୍କା

Thu, 29 Feb 2024-4:13 pm,

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସହ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜିଠାରୁ ଉପକୂଳରେ ଦିନର ତାପମାତ୍ରା ବଢ଼ିବା ସହ ଭୁବନେଶ୍ୱରରେ ମାର୍ଚ୍ଚ ୩ରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥପଶୁପାଳକ କହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତିରିଂରେ ସର୍ବାଧିକ ୪୭.୨ ମିମି, ରେଢ଼ାଖୋଳରେ ୪୨ ମିମି, ହିନ୍ଦୋଳରେ ୪୦ ମିମି, ବରଗଡ଼ରେ ୩୯ ମିମି ବର୍ଷା ହୋଇଥିଲା । ଏହା ବ୍ୟତୀତ କୋକସରା, ଧାନକୁଦ, ଡାବୁଗାଁ, ଖଜୁରୀପଦା, ହୀରାକୁଦ ସମେତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣୀ ବର୍ଷା ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link