Weather Report: ସରିଲା କାଳବୈଶାଖୀ, ଏବେ କଲବଲ କରିବ ତାତି

Sat, 23 Mar 2024-4:13 pm,

ଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା । ଆଜି ଓ କାଲି ମଧ୍ୟ ସମାନ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୨୫ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ । ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link