Highest Paid Ollywood Actor: ଓଲିଉଡର ଦାମୀ ହିରୋ, ଗୋଟିଏ ଫିଲ୍ମ ପିଛା ନିଅନ୍ତି ସବୁଠୁ ଅଧିକ ଟଙ୍କା !

Fri, 01 Sep 2023-6:57 pm,

ଓଲିଉଡର ଚକୋଲେଟ ବୟ ତନ୍ମୟ ମହାନ୍ତି ଅର୍ଥାତ୍ ବାବୁସାନ ମହାନ୍ତି । ରିପୋର୍ଟ ଅନୁସାରେ ବାବୁସାନ ଗୋଟିଏ ଫିଲ୍ମ ପିଛା ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ସେହିପରି ଆମ ସମସ୍ତଙ୍କ ଛୋଟ ବେଳର ହିରୋ ସିଦ୍ଧାନ୍ତ ମହାପାତ୍ର। କେବଳ ଯେ ଓଡ଼ିଆ ତାହା ନୁହେଁ ବେଙ୍ଗଲି ଫିଲ୍ମରେ ବି ନିଜର ପରାକାଷ୍ଠା ଦେଖାଇଛନ୍ତି ସିଦ୍ଧାନ୍ତ। ପ୍ରତି ଫିଲ୍ମ ପିଛା ୧୦ ଲକ୍ଷ ଚାର୍ଜ କରୁଥିବା ସିଦ୍ଧାନ୍ତ କିଛି ସିରିଏଲରେ ବି ନଜର ଆସିଥିଲେ। ତେବେ ରିପୋର୍ଟ ଅନୁସାରେ ଫିଲ୍ମ ରଘୁପତି ରାଘବ ରାଜାରାମ ପାଇଁ ସିଦ୍ଧାନ୍ତ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଓଲିଉଡ ଆକ୍ଟର ସବ୍ୟସାଚୀ ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଚେହେରା। କୋଭିଡ ୧୯ ସମୟରେ ଅନେକ ସୋସିଆଲ ୱାର୍କ କରି ବେଶ ପ୍ରଂଶସା ସାଉଁଟିଛନ୍ତି ସବ୍ୟସାଚୀ। ରିପୋର୍ଟ ଅନୁସାରେ ପ୍ରତି ଫିଲ୍ମ ପିଛା ସବ୍ୟ ମିଶ୍ର ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ବେଳେ ଖବର ଅନୁସାରେ ପିଲାଟା ବିଗିଡିଗଲା ଫିଲ୍ମ ପାଇଁ ୧୩ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ଓଲିଉଡର ଡ୍ୟାସିଂ ହିରୋ ଭାବେ ପରିଚିତ ଅରିନ୍ଦମ ରୟ କିଛିଦିନ ଫିଲ୍ମ ଦୁନିଆରୁ ଦୂରେଇ ରହିବା ପରେ ପୁଣିଥରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏହି ଅଭିନେତା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ରିପୋର୍ଟ ଅନୁସାରେ ଇସ୍କ ତୁ ହି ତୁ ଫିଲ୍ମ ପାଇଁ ଅରିନ୍ଦମ ୧୫ ଲକ୍ଷ ଟଙ୍କା ନେଇଥିଲେ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link