Bus Accident: ବୌଦ୍ଧ ରାଣୀପଦର ଘାଟିରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୨୦ ଗୁରୁତର

Mon, 15 Apr 2024-1:26 pm,

Road Accident: ଅଶୁଭ ସୋମବାର! ମରଣ ମୁହଁରୁ ବଞ୍ଚିଲେ ଏକାଧିକ ଯାତ୍ରୀ। ବୌଦ୍ଧ ଜିଲ୍ଲା ରାଣୀପଦର ଘାଟିରେ ଘଟି ଯାଇଛି ଭୟଙ୍କର ଦୁର୍ଘଟଣା। ଘାଟିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। ସୂଚନା ଅନୁସାରେ, ଆଜି ବୌଦ୍ଧରୁ ଫୁଲବାଣୀ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଖମ୍ବେଶ୍ୱରୀ ବସ୍ । ରାଣୀପଦର ଘାଟିରେ ଏହି ବସଟି ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଂଚି ଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବଂ ୩୦ ଆହତଙ୍କ ମଧ୍ୟରୁ କିଛି ଜଣ ଗୁରୁତର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣ ଯାତ୍ରୀ ଗାଡ଼ି ତଳେ ଫସି ରହିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସେପଟେ, ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ରହିଥିବା ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link