Turkmenistan Prez: ତୁର୍କମେନିସ୍ତାନର ରାଷ୍ଟ୍ରପତି ଯିଏ କ୍ୟାଲେଣ୍ଡରରେ ମାସର ନାମ ବଦଳାଇ ଦେଇଥିଲେ

Mon, 26 Feb 2024-7:13 pm,

ୱିଲିୟମ୍ ସେକ୍ସପିଅର୍ ତାଙ୍କ ନାଟକ ରୋମିଓ ଏବଂ ଜୁଲିଏଟ୍ ରେ ଏକଥା ଲେଖିଥିଲେ । କୁହାଯାଏ ଯେ ଯଦି ଆପଣ ଗୋଲାପକୁ ଅନ୍ୟ କୌଣସି ନାମ ଦିଅନ୍ତି, ତେବେ ବି ଗୋଲାପ,ଗୋଲାପ ରହିବ । ଏହାର ସୁଗନ୍ଧରେ କୌଣସି ପରିବର୍ତ୍ତନ ଆସିବ ନାହିଁ । କିନ୍ତୁ ଯେତେବେଳେ ଆମେ ଇତିହାସର ପୃଷ୍ଠା ଓଲଟାଉ ସେତେବେଳେ ଦେଖୁ ଯେ,ଅନେକ ସମୟରେ ଶାସକ ମାନେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହେଉ କି ନଜ ମହିମା ମଣ୍ଡନ ପାଇଁ ସ୍ଥାନଠାରୁ ଦେଶର ନାମ ପରିବର୍ତ୍ତନ କରିଛନ୍ତି । ମାତ୍ର ୩୦ ବର୍ଷ ପରେ ସେହିଭଳି ଜଣେ ପାଗଳ ଶାସକ ତୁର୍କିମେନିସ୍ତାନକୁ ନିଜ କବଜାକୁ ନେଇଥିଲେ,ଯାହାଙ୍କ ମୁଣ୍ଡରେ ନାମ ବଦଳାଇବାର ନିଶା ଏମିତି ସବାର ଥିଲା ଯେ, ସେ କ୍ୟାଲେଣ୍ଡରର ମାସ ମାନଙ୍କ ନାମ ବି ବଦଳାଇ ଦେଇଥିଲେ । ମାସଙ୍କ ନାମଠାରୁ ସଡ଼କ,ବ୍ରିଜ୍ ସବୁର ନାମ ବଦଳାଇ ଏହି ବ୍ୟକ୍ତି ନିଜକୁ ଦେଶର ଆଜିବନ ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲା । ସେହି ବ୍ୟକ୍ତିର ନାମ ଥିଲା ସପରମୁରାତ ନିୟାଜୋଭ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link