Electric Death: ବାରହା ଫାଶ ନେଲା ଜୀବନ, ବିଦ୍ୟୁତ ତାର ଲାଗି ୨ ଶିଶୁପୁତ୍ରଙ୍କ ମୃତ୍ୟୁ

Sun, 10 Dec 2023-2:39 pm,

ବିଦ୍ୟୁତ୍ ତାର ଲାଗି ୨ଶିଶୁ ମୃତ |ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ଅଘଟଣ । ବାରହା ଫାସ ନେଲା ଦୁଇ ନିରୀହ ଜୀବନ। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ଦୁଇ ନାବାଳକ ସେମାନଙ୍କ ବାପାଙ୍କ ସହିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଧାନ ଜଗିବାକୁ ରାତିରେ ଯାଇଥିଲେ | ଫେରିବା ବେଳେ ବିଦ୍ୟୁତ୍ ତାର ଫାଶରେ ଲାଗି ଦୁଇ ନାବାଳକ ଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ ଦୁଇ ନାବାଳକ ହେଲେ ହାତିଲିମୁଣ୍ଡା ଗାଁର ଜିତ୍ ଡୁଙ୍ଗ ଡୁଙ୍ଗ ଓ ରମେଶ, ଗୁରୁତର ବାପା ହେଲେ ନବୀନ ଡୁଙ୍ଗ ଡ଼ୁଙ୍ଗ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link