Odisha Election 2024: ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରିୟମ୍ବଦା ରଣା Wed, 17 Apr 2024-11:26 am,

ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ ହେଲା ଆଲୋଚନା। ସମ୍ବଲପୁରକୁ ଦେଶର ଅଗ୍ରଣୀ କ୍ଷେତ୍ର ଭାବେ ଗଢି ତୋଳିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ କହିଲେ ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଗତକାଲି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି । ସମ୍ବଲପୁର ବାର୍ ଆସୋସିଏସନର ଅନେକ ବରିଷ୍ଠ, ଅନୁଭବୀ ତଥା ପୁରୁଣା ଓକିଲ ବନ୍ଧୁ ମାନଙ୍କୁ ଭେଟି ଖୁସି ପ୍ରକଟ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link