UPSC Coaching Accident: କୋଚିଂ ସେଣ୍ଟର ବେସମେଣ୍ଟରେ କେମିତି ଭରିଥିଲା ପାଣି, ଦେଖନ୍ତୁ ଭିଡିଓ

Sun, 28 Jul 2024-2:39 pm,

ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ଜଣ ଗିରଫ। ରାଓ IAS କୋଚିଂ ସେଣ୍ଟରର ମାଲିକ ଏବଂ କୋର୍ଡିନେଟରଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । କୋଚିଂ ସେଣ୍ଟର ବେସମେଣ୍ଟର ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କ ପରିଚୟ ମିଳିଛି। ମୃତକ ହେଉଛନ୍ତି ଶ୍ରେୟା ଯାଦବ, ତାନିଆ ସୋନି ଏବଂ ନବୀନ ଡେବ୍ଲିନ୍ ।ଏନେଇ ପୋଲିସ ଛାନଭିନ୍ କରୁଛି । ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଡିସିପି ଏ ହର୍ଷବର୍ଦ୍ଧନଙ୍କ ସୂଚନା ଅନୁଯାୟୀ, କୋଚିଂ ସେଣ୍ଟର ମାଲିକ ଏବଂ କୋର୍ଡିନେଟର ଗରିଫ ହୋଇଛନ୍ତି।ସେମାନଙ୍କ ନାଁରେ BNS ର ୧୦୫,୧୦୬(୧),୧୧୫(୨),୨୯୦ ଏବଂ ଧାରା ୩୫ ଲାଗିଛି । ଫରେନ୍ସିକ ଟିମ୍ ଏହି ମାମଲାର ଯାଞ୍ଚ କରୁଛି । ଏହା ସହିତ କୋଚିଂ ସେଣ୍ଟର ମ୍ୟାନେଜମେଣ୍ଟ ଏବଂ ସେବିକା ଏଜେନ୍ସି ମଧ୍ଯ ତଦନ୍ତ ଘେରକୁ ଆସିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link