Mayurbhanj News: ଦିନରେ ମନ୍ତ୍ରୀ ଫଳକର କଲେ ଶିଳାନ୍ୟାସ, ରାତିରେ ଗ୍ରାମବାସୀ କଲେ ସର୍ବନାଶ

Fri, 01 Mar 2024-1:52 pm,

ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପର ସମ୍ପର୍କରେ ଗୁଣଗାନ କରିଥିଲେ। ହେଲେ ରାତିରେ ସେହି ଫଳକକୁ ଭାଙ୍ଗି ଦେଲ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଉଷ୍ମ ହୋଇଛି ମୟୂରଭଞ୍ଜ ଜିଲ୍ଲାର ରାଜନୀତି। ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆରେ ଏକ ଆଦିବାସୀ ଭବନ ନିର୍ମାଣ କରାଯିବ। ସେଥିପାଇଁ ଗତକାଲି ଏହି ଭବନର ଶିଳାନ୍ୟାସ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ହେଲେ ସେହି ଶିଳାନ୍ୟାସ ଫଳକକୁ ଗ୍ରାମବାସୀ ବିଳମ୍ୱିତ ରାତିରେ ଭାଙ୍ଗି ଦେବାର ସୂଚନା ମିଳିଅଛି। ଫଳକ କିଏ ଭାଙ୍ଗିଲା ଓ କ’ଣ ପାଇଁ ଭାଙ୍ଗିଲା, ସେ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନାହିଁ। ଏପରିକି ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link