Viral Video: ମୁଁ , ଆଜି ତୁମର ଧର୍ମପତ୍ନୀ ବୋଲାଇ ହେଇ ଉତଫୁଲ୍ଲିତ, ଜାଣନ୍ତୁ ସ୍ୱାମୀ ସନ୍ଦୀପ ପଣ୍ଡାଙ୍କୁ ନେଇ ଏମିତି କାହିଁକି ଲେଖିଲେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ...
ପ୍ରିୟମ୍ବଦା ରଣା Tue, 29 Oct 2024-5:43 pm,
Viral Video: ସ୍ୱାମୀଙ୍କ ପୁସ୍ତକ 'ଦୁଇ ପଦ କବିତା' ଉନ୍ମୋଚନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାମୀ ସନ୍ଦୀପ ପଣ୍ଡାଙ୍କୁ ନେଇ ଏମିତି ଲେଖିଲେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ସେ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି। 'ମୋ ଖୁସି , ଶବ୍ଦ ରେ ତ ବଖାଣି ପାରିବିନି…କିନ୍ତୁ କଥା ଏୟା କି ପୂର୍ବ ରୁ ମୋ ବାପା , ପରେ ମୋ କଲାକୃତି ପାଇଁ ପରିଚିତା ମୁଁ , ଆଜି ତୁମର ଧର୍ମପତ୍ନୀ ବୋଲାଇ ହେଇ ଉତଫୁଲ୍ଲିତ ଏବଂ ସୌଭାଗ୍ୟବତୀ ମନେ କରୁଛି। ବାସ୍ ତୁମର ଲେଖା କେବେ ବନ୍ଦ ନ ହେବା ସହିତ , କାଗଜ - କଲମ ସହ ସଂପର୍କ ଆହୁରି ଦୃଢିଭୂତ ହେଉ ବୋଲି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।