Rahat Fateh Ali Khan: ନିଜ ଛାତ୍ରକୁ ଜୋତାରେ ପିଟିବା ପରେ ଏବେ ମୁହଁ ଖୋଲିଲେ ରାହାତ ଫତେହ ଅଲ୍ଲୀ ଖାନ

Sun, 28 Jan 2024-7:26 pm,

ପାକିସ୍ତାନର ଲୋକପ୍ରିୟ ଗାୟକ ରାହତ ଫତେହ ଅଲ୍ଲି ଖାନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ତାଙ୍କର କୌଣସି ଗୀତର ନୁହେଁ, ବରଂ ସେ ତାଙ୍କ ଘରେ କାମ କରୁଥିବା ଜଣେ ଲୋକ ବା ନିଜ ଛାତ୍ରକୁ ପିଟୁଥିବାର ନଜର ଆସିଛନ୍ତି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବଲିଉଡ ଚଳଚ୍ଚିତ୍ରରେ ଅନେକ ହିଟ୍ ଗୀତ ଦେଇଥିବା ରାହତ ଫତେହ ଅଲ୍ଲି ଖାନ ତାଙ୍କ ଚାକରଙ୍କୁ ମଦ ବୋତଲ ପାଇଁ ଚପଲରେ ପିଟୁଛନ୍ତି। ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓରେ ଦାବି ହେଉଛି ଯେ ପାକିସ୍ତାନର ପ୍ରସିଦ୍ଧ ଗାୟକ ରାହତ ଫତେହ ଅଲ୍ଲୀ ଖାନ୍ ମଦ ପିଇଥିଲେ। ତେଣୁ ନିଶାରେ ସେ ତାଙ୍କ ହାଉସ ହେଲ୍ପରଙ୍କୁ ଚପଲରେ ପିଟୁଛନ୍ତି ଏବଂ ବାରମ୍ବାର ସମାନ ପ୍ରଶ୍ନ ପଚାରୁଛନ୍ତି ଯେ ମୋର ବୋତଲ କେଉଁଠାରେ ଅଛି? ଏହା ପରେ ତାଙ୍କ ଚାକର ପଚାରୁଛନ୍ତି ଯଏ କେଉଁ ବୋତଲ ଏବଂ ଗାୟକ ଅଧିକ ରାଗି ଯାଇ ତାଙ୍କୁ ପିଟିବାରେ ଲାଗୁଥିବା ଦେଖିବାକୁ ମିଳିଛି। ତା’ପରେ ସେମାନେ କେଶ ଟାଣି ଚାକରକୁ ତଳେ ଠେଲି ଦେଉଥିବା ଦେଖିବାକୁ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link