Weather Report: ଅବପାତର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Fri, 19 Jul 2024-8:00 pm,

ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଗତି ଉତର ପଶ୍ଚିମ ମୁହାଁ ହେବା ସମ୍ଭାବନା ଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link