Weather Report: ଆଜିଠାରୁ ରାଜ୍ୟରେ ଶୀତ କମିବ, ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ, ଜାଣନ୍ତୁ ଆଜିର ପାଣିପାଗ ଖବର
ପ୍ରିୟମ୍ବଦା ରଣା Thu, 28 Nov 2024-6:11 pm,
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ଶୀତ କମିବ। ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଏହା ପ୍ରଭାବରେ କମ୍ ଶୀତ ଅନୁଭବ ହେବ। ଉଭୟ ପାଣିପାଗ ବିଭାଗ ଓ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି। ସେହିପରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଭୁବନେଶ୍ବର ସଂଲଗ୍ନ ଉପକୂଳ ଜିଲ୍ଲାରେ ଆଜି ରାତିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ବଢିବ। ୨ ତାରିଖ ଯାଏଁ ରାତି ତାପମାତ୍ରା ଅଧିକ ରହିବ ଓ କମ୍ ଶୀତ ହେବ। ୩ ତାରିଖ ରାତି ତାପମାତ୍ରା ପୁଣି ୨ ଡିଗ୍ରୀ କମିଯିବ। ଆସନ୍ତାମାସ ୪,୫ ଓ ୬ ତାରିଖରେ ଏଭଳି ତାପମାତ୍ରା ରହିବ।