Weather Report: ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା, ଜାଣନ୍ତୁ ଆଜିର ପାଣିପାଗ ଖବର

ପ୍ରିୟମ୍ବଦା ରଣା Wed, 09 Oct 2024-6:45 pm,

Weather Update: ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ମଙ୍ଗଳବାର ସକାଳ ସକାଳ ସାଢେ ୫ଟା ମଧ୍ୟରେ ନୟାଗଡରେ ସର୍ବାଧିକ ବର୍ଷା ୧୫.୨ ମିମି ରେକର୍ଡ ହୋଇଥିବା ବେଳେ ଢେଙ୍କାନାଳ, ଦାରିଙ୍ଗିବାଡି, ଫୁଲବାଣୀ ,କୋରାପୁଟ୍, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ,ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର,  ଭଦ୍ରକ, ମାଲକାନଗିରି, କୋରାପୁଟ୍ , ରାୟଗଡା ଓ ଗଜପତିରେ  ବିଜୁଳି ଘଡ଼଼ଘଡି ସହ ବର୍ଷା ହେବାର ସମ୍ଭାବନା 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link